Full width home advertisement

Travel the world

Climb the mountains

Post Page Advertisement [Top]

Odia Sadhu Bani Gapa in Odia

Odia Sadhu bani Gapa

Odia sadhu bani gapa is important for you right now because you get to learn a lot from odia sadhu bani gapa. Hello friends, are you looking for Odia Sadhu bani Gapa then you are at right place. In this website you will get to see a lot of Odia sadhu bani gapa. Which will give you a lot of motivation.


Sadhu Bani odia gapa

ଈଶ୍ଵର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ କରନ୍ତି ।
ଜଣେ ମହାଦେବ ଙ୍କ ଭକ୍ତ, ଆଉ ଜଣେ ନାରାୟଣ ଙ୍କ ଭକ୍ତ । ଦୁହେଁ ସାଥି ହୋଇ ଯାଉଥିଲେ । ବାଟରେ ଯାଉ ଯାଉ ଗତେ ବଡ କଖାରୁ କିଆରି ପଡିଲା । ନାରାୟଣ ଙ୍କ ଭକ୍ତ କହିଲେ ଦେଖିଲେ କେତେ ସୁନ୍ଦର ଭାବରେ ଏ ଗଛ କୁ ସଜେଇଛନ୍ତି ନାରାୟଣ । ମହାଦେବ ଙ୍କ ଭକ୍ତ କହିଲେ କଣ ତ ସଜେଇଛନ୍ତି ମ – ଗୋଟେ ଅଙ୍ଗୁଳି ମୋଟ ର ଗଛ ସିଏ ପୁଣି ତଳେ ମାଡୁଛି । ତା ଦେହରେ ପୁଣି ପ୍ରଭୁ ଏତେ ବଡ ବଡ ଫଳ ଦେଇଛନ୍ତି । ମୋତେ କାହିଁକି ଏସବୁ ଠିକ ଲାଗୁନି । ବରଗଛ କେତେ ବଡ ତା ଦେହରେ ୟେ ବରକୋଳି ଭଳି ବକଟେ ବକଟେ ଫଳ । ସେ ଗଛ କୁ କଣ ସେ ଫଳ ମନୁଛି ?
                                         ତା’ ପରେ ସେମାନେ ଚାଲୁ ଚାଲୁ ଭାରି ଥକା ଲାଗିଲା । ବାଟରେ ରାସ୍ତାକଡରେ ଥିବା ଏକ ବାରଗଛ ମୂଳରେ ବିଶ୍ରାମ ନେଲେ । ବସୁ ବସୁ ମହାଦେବ ଭକ୍ତ ଙ୍କ ଆଖିକୁ ନିଦ ଆସିଲା । ସେ ନାରାୟଣ ଙ୍କ ଭକ୍ତ ଙ୍କ ଗୋଡରେ ମୁଣ୍ଡ ରଖି ବିଶ୍ରାମ ନେଲେ । ଏହି ସମୟରେ ବରଗଛ ଉପରେ ପାଚିଲା ଫଳ ଚଢେଇମାନେ ଖାଉଥିଲେ, ସେହି ଫଳ ମଧ୍ୟରୁ ଗୋଟି ଫଳ ଆସି ମହାଦେବ ଭକ୍ତଙ୍କ ନାକ ଦାଣ୍ଡିରେ ପଡିଲା । ସେହି ସମୟରେ ନାରାୟଣ ଙ୍କ ଭକ୍ତ କହିଲେ – ସାଙ୍ଗ କହୁଥିଲ ପରା ଏତେବଡ ଗଛରେ କଖାରୁ ଭଳି ଫଳ ଦେବାକୁ । ସେହି ଫଳଟି ଯଦି ତୁମ ନାକରେ ପଡିଥାନ୍ତା ତେବେ ତୁମ ନାକ ଆଉ ମୁଣ୍ଡ ଠୋ କରି ଫାଟି ଯାଇଥାନ୍ତା । ସେଥିପାଇଁ ଈଶ୍ଵର ଯେଉଁ ଗଛରେ ଯେମିତି ଫଳ ସୃଷ୍ଟି କରିବା କଥା ଠିକ ଠିକ ଭାବି ଚିନ୍ତି କରିଛନ୍ତି ।
ଆଶା କରୁଛି ଗପ ଟି ଆପଣଙ୍କୁ ବହୁତ ଭଲ ଲାଗିଥିବ, ଯଦି ଭଲ ଲାଗିଲା ତେବେ ଆମକୁ Comment ରେ ଜାଣନ୍ତୁ । ଆମେ ଏହିପରି ଆହୁରି ଗପ ଆପଣଙ୍କ ପାଇଁ ଆଣିବୁ । 


No comments:

Post a Comment

Bottom Ad [Post Page]

| Designed by Colorlib